Thursday 4 October 2018

ଇସଲାମପୁର ହିଂସାକାଣ୍ଡ, ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିରୁଦ୍ଧରେ ଲିଗାଲ୍‍ ନୋଟିସ


କୋଲକତା, ୪/୧୦ : ପଶ୍ଚିମବଙ୍ଗରେ ମୁସଲିମ୍‍ମାନଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ, କଥାକଥାକେ ହିନ୍ଦୁମାନଙ୍କୁ ସେଠାରେ ଆକ୍ରମଣର ଶୀକାର ହେବାକୁ ପଡ଼ିଛି  । ଏହି କ୍ରମରେ ଉତ୍ତର ଦିନଜପୁର ଜିଲ୍ଲାର ଇସ୍‍ଲାମପୁର ଅଞ୍ଚଳରେ ଥିବା ଏକ ସ୍କୁଲ୍‍ରେ ଗତ ୨୬ ତାରିଖ ଦିନ ୨ ଜଣ ସ୍କୁଲ୍‍ ପିଲାଙ୍କ ମୃତ୍ୟୁ ଘଟିଥିଲା  । ଡାରିଭିଟ୍‍ ହାଇସ୍କୁଲ୍‍ରେ ଇଂରାଜୀ ଓ ବିଜ୍ଞାନ ଶିକ୍ଷକଙ୍କ ପଦ ଖାଲିଥିଲା  । କିନ୍ତୁ ସଂଖ୍ୟାଲଘୁ ତୁଷ୍ଟିକରଣ ନୀତି ଅନ୍ତର୍ଗତ ପଶ୍ଚିମବଙ୍ଗ ସରକାର ଏଠାରେ ପିଲାମାନଙ୍କୁ ଊର୍ଦ୍ଦୁ ଶିକ୍ଷା ଦେବା ନିମନ୍ତେ ୨ ଜଣ ଊର୍ଦ୍ଦୁ ଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ  । ସ୍ଥାନୀୟ ଲୋକେ ଏହି ୨ ଜଣ ଶିକ୍ଷକଙ୍କୁ ସ୍କୁଲ୍‍ରେ ପୂରାଇ ଦେଉନଥିଲେ  । ଫଳରେ ରାଜ୍ୟ ସରକାର ଗୁରୁବାର ପୁଲିସ ଲଗାଇ ଦମନ କରିବାକୁ ଉଦ୍ୟମ କରିଥିଲେ  । ପୁଲିସ ଫାୟାରିଂରେ ୨ ଜଣ ଛାତ୍ର ରାଜେଶ ସରକାର ଓ ତାପସ ବର୍ମନଙ୍କ ଆଜି ଦେହାନ୍ତ ହୋଇଯାଇଛି  । ତେବେ ଏହି ଘଟଣା ପାଇଁ ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଆର୍‍ଏସ୍‍ଏସ୍‍କୁ ଦାୟୀ କରିଥିଲେ  । ତେଣୁ ଆର୍‍ଏସ୍‍ଏସ୍‍ ତାଙ୍କ ବିରୁଦ୍ଧରେ ଲିଗାଲ୍‍ ନୋଟିସ୍‍ ପଠାଇଛି  ।

No comments:

Post a Comment